ଆସ ଖାଏମାଁ ନୂଆଁ ____________ ବଛର୍ କେ ଥରେ ଆଏସି ଆମର୍, ନୂଆଁଖାଇ ତିହାର୍ ତିହାର୍ ମାନକର୍ ଭିତରେ ବଡ , ଏ ଚାଷୀର ତିହାର୍ I କ୍ଷେତ୍ ମାନକୁ ପାଚଲାନ ପରେ , କେତେ କିସମ୍ ଧାନ୍ ପହେଲା ଫସଲ ଦେଖି ଚାଷୀ , ହେଲା ଉଷତ୍ ମନ୍ I ଘର୍ ଦୁଆର୍ ସବୁ ଲିପା ପୁଛI , କେତେ ସଫା ସୁତର୍ ଭୁଦୋ ମାସର୍ ଖରା ଥି ଦେଖ , ଦିଶୁଛେ କେତେ ସୁନ୍ଦର୍ I ଚାଷୀର୍ ସାଙ୍ଗେ ନୂଆଁ ଧାନେ , ଆସ ଖାଏମା ନୂଆଁ "ଖିରୀ" ଭୋଗ୍ ଲଗେଇ କହେମାଁ , ବୁଢାର୍ ମାଟି ମାଁ I ଭୋଗ୍ ରାଗ୍ ନେଇ ପୂଜା କରମ। , ସବୁ ଦେବା ଦେବୀ ମାଁ ସମଲେଇ , ମେଟାକାନୀ , ମାଆଁ ଗୋ ଭୈରବୀ I ପାଟଣେଶ୍ବରୀ , ମେଟ।କାନୀ , ମାଆଁ ସୁରସୁରୀ ବୁଢାରଜା , ଚନ୍ଦଲିପାଟ , ମାଁଗୋ ମାହେଶ୍ଵରୀ I ବରଷ୍ ଯାକର୍ ଦୁଃଖ୍ , ସୁଃଖ୍ ଥି ,ହେଇଥିବ ସାହା ବିପଦ୍ ଆପଦ୍ ସବୁବେଲେ କରିଥିବ ଆହା I ନୂଆଁଖାଇ ହେମା ଜୁହାର ଭେଟ ,ରାଗ୍ ରିସା ଭୁଲି ନାଟ୍ କିର୍ତ୍ତନ ଥି ଦୁଲ୍ କି ଯିବା, ଗାଁ ର ମଝାଖୁଲି I